Odisha Police SI Exam  >  Odisha Police SI Tests  >  Odisha Police SI (General English and Odia Language) Paper 1 Mock Test - 10 - Odisha Police SI MCQ

Odisha Police SI (General English and Odia Language) Paper 1 Mock Test - 10 - Odisha Police SI MCQ


Test Description

30 Questions MCQ Test - Odisha Police SI (General English and Odia Language) Paper 1 Mock Test - 10

Odisha Police SI (General English and Odia Language) Paper 1 Mock Test - 10 for Odisha Police SI 2025 is part of Odisha Police SI preparation. The Odisha Police SI (General English and Odia Language) Paper 1 Mock Test - 10 questions and answers have been prepared according to the Odisha Police SI exam syllabus.The Odisha Police SI (General English and Odia Language) Paper 1 Mock Test - 10 MCQs are made for Odisha Police SI 2025 Exam. Find important definitions, questions, notes, meanings, examples, exercises, MCQs and online tests for Odisha Police SI (General English and Odia Language) Paper 1 Mock Test - 10 below.
Solutions of Odisha Police SI (General English and Odia Language) Paper 1 Mock Test - 10 questions in English are available as part of our course for Odisha Police SI & Odisha Police SI (General English and Odia Language) Paper 1 Mock Test - 10 solutions in Hindi for Odisha Police SI course. Download more important topics, notes, lectures and mock test series for Odisha Police SI Exam by signing up for free. Attempt Odisha Police SI (General English and Odia Language) Paper 1 Mock Test - 10 | 100 questions in 90 minutes | Mock test for Odisha Police SI preparation | Free important questions MCQ to study for Odisha Police SI Exam | Download free PDF with solutions
Odisha Police SI (General English and Odia Language) Paper 1 Mock Test - 10 - Question 1

I can run faster than him.

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 1
ସଠିକ ଉତ୍ତର ହେଉଛି ''ମୁଁ ତାଙ୍କଠାରୁ ଶୀଘ୍ର ଦୌଡ଼ି ପାରିବି।'
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I can run faster than him.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''faster than him'' ର ଅର୍ଥ ଓଡ଼ିଆରେ ବୁଝିଲେ 'ତାଙ୍କଠାରୁ ଶୀଘ୍ର'କୁ ସୂଚାଏ। 
  • 'I can run'  English Grammar ଅନୁଯାୟୀ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ମୁଁ ଦୌଡ଼ି ପାରିବି' ଉଦ୍ଦିଷ୍ଟ ହେବ। 
  • ଅତଏବ 'I can run faster than him.' ର ଓଡ଼ିଆ ଅନୁବାଦ ''ମୁଁ ତାଙ୍କଠାରୁ ଶୀଘ୍ର ଦୌଡ଼ି ପାରିବି।'' କହିବା ଯଥାର୍ଥ।    ​     
Additional Information  
  • ଅନ୍ୟ ବିକଳ୍ପଗୁଡିକ ''I can run faster than him.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 10 - Question 2

ବ୍ରାହ୍ମୀ, ଭାରତୀ, ବୀଣାପାଣି କାହାର ପ୍ରତିଶବ୍ଦ ?

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 2

ସଠିକ ଉତ୍ତର ହେଉଛି "ସରସ୍ବତୀ"
Key Points 

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।

ଯଥାର୍ଥତା:

  • ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଲକ୍ଷ କଲେ ଦେଖିବା ଯେ:- 'ବ୍ରାହ୍ମୀ, ଭାରତୀ, ବୀଣାପାଣି' ହେଉଛି 'ସରସ୍ବତୀ'ର ପ୍ରତିଶବ୍ଦ
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ବ୍ରାହ୍ମୀ' ଶବ୍ଦଟି 'ବ୍ରହ୍ମାଙ୍କର ସାକାର ଶକ୍ତି ଅର୍ଥାତ ସରସ୍ବତୀ'ଙ୍କୁ ବୁଝାଏ
  • ଏବଂ 'ଭାରତୀ ଓ ବୀଣାପାଣି' 'ବିଦ୍ୟା ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ, ହଂସ ଯାହାଙ୍କ ବାହାନ ଓ ବୀଣା ହସ୍ତରେ ଯାହାର ତାଙ୍କୁ ଅର୍ଥାତ ସେହି ସରସ୍ବତୀ'ଙ୍କୁ ସୂଚିତ କରେ।
  • ଅତଏବ ଏଥିରୁ ସ୍ପଷ୍ଟ ଯେ 'ବ୍ରାହ୍ମୀ, ଭାରତୀ, ବୀଣାପାଣି' - 'ସରସ୍ବତୀ'ର ପ୍ରତିଶବ୍ଦ।
  • 'ସରସ୍ବତୀ' ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ଇରା, ଇଳା, ଜ୍ଞାନଦା, ପ୍ରଜ୍ଞା, ବାଗ୍‌ଦେବୀ, ଭାରତୀ, ମହାଶୁକ୍ଳା, ମହାଶ୍ୱେତା, ଶାରଦା, ଇତ୍ୟାଦି।

Additional Information 

  • ଅନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ:-
  • 'ଲକ୍ଷ୍ମୀ'ର ପ୍ରତିଶବ୍ଦ: ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା, ଇତ୍ୟାଦି।
  • 'ପାର୍ବତୀ'ର ପ୍ରତିଶବ୍ଦ: ଅପର୍ଣ୍ଣା, ଅମ୍ବା, ଅମ୍ବିକା, ଉମା, ଗିରିଜା, ଗୌରୀ, ଜଗତ୍‌ଜନନୀ, ତ୍ରିପୁରସୁନ୍ଦରୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା, ଇତ୍ୟାଦି।
  • 'ବୃନ୍ଦାବତୀ'ର ପ୍ରତିଶବ୍ଦ: ଗୋପିକା, ତୁଳସୀ, ପବିତ୍ରା, ବୃନ୍ଦା, ମଞ୍ଜରିକ, ଶ୍ରୀମଂଜରୀ, ଇତ୍ୟାଦି।​
Odisha Police SI (General English and Odia Language) Paper 1 Mock Test - 10 - Question 3

ବୀପରୀତାର୍ଥକ ଶବ୍ଦ କେଉଁଟି – ଉଲ୍ଲିଖିତ

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 3

1) ଅଲ୍ଲିଖିତ ସଠିକ୍‍ ଉତ୍ତର

ଯଥାର୍ଥତା:

  • କୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏ
  • ଉଲ୍ଲିଖିତର (ଉତ୍‍ + ଲିଖୀତ)ଅର୍ଥ - ଉପରୋକ୍ତ , ବର୍ଣ୍ଣିତ , ଚିତ୍ରିତ , ପୂର୍ବ କଥିତ
  • ଏହି ଶବ୍ଦର ବିପରୀତ ଅର୍ଥ ଅବର୍ଣ୍ଣିତ ବା ଅକଥନୀୟ ତେଣୁ ସଠିକ୍‍ ଉତ୍ତର -1) ଅଲ୍ଲିଖିତ 
  • ଅନ୍ୟ ବିକଳ୍ପ ଗୁଡିକର ଅର୍ଥ ସୁଲ୍ଲିଖିତ - ସୁନ୍ଦର ଭାବେ ଲିଖିତ , ବିଲ୍ଲିଖିତ - ଅବୈଧ ଶବ୍ଦ , ନିମ୍ନଲିଖିତ - ନିମ୍ନରେ ଲେଖାହୋଇଥିବା 

Additional Information

  • ଉଲ୍ଲିଖିତର ବିଶେଷ୍ୟ ପଦ ଉଲ୍ଲେଖନ
  • ଉଲ୍ଲିଖିତର ଅନ୍ୟ ଅର୍ଥ ତଦ୍ଧୃତ , ଖୋଦାଇ ହୋଇଥିବା , ଛେଲା ହୋଇଥିବା
  • ଏହାର ପ୍ରତିଶବ୍ଦ ଉଲ୍ଲେଖିତ
Odisha Police SI (General English and Odia Language) Paper 1 Mock Test - 10 - Question 4

Which of the phrases (A), (B), (C) and (D) given below each sentence should replace the phrase printed in bold in the sentence to make it grammatically correct?

Steady work is sure to be rewarded in the longer run.

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 4

The correct answer is in the long run.

Key Points

  • In the long run is an idiom meaning at a time that is far away in the future.
    • ​Eg: You will find it beneficial in the long run. 
  • Thus, in the longer run needs to be replaced by in the long run.

Correct sentence: Steady work is sure to be rewarded in the long run.

Odisha Police SI (General English and Odia Language) Paper 1 Mock Test - 10 - Question 5

ନିମ୍ନଲିଖିତ ବିକଳ୍ପ ମଧ୍ୟରୁ କେଉଁଟି ଉଚିତ ଏକପଦୀକରଣ - ଅଶ୍ୱରେ ଆରୋହଣ କରେ ଯେ :

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 5

ସଠିକ ଉତ୍ତର ହେଉଛି "ଅଶ୍ଵାରୋହୀ"
Key Points  

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।
  • ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ। 
  • ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।
  • ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। 
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ। 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ। 

ଯଥାର୍ଥତା: 

  • ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା: 
  • ସ୍ୱାଧୀନତା ଦିବସ ଉପଲକ୍ଷେ ଅଶ୍ୱରେ ଆରୋହଣ କରେ ଯେ, ସେହି ଯବାନ ଓ ମିସାଇଲ ଖଚିତ ଯୁଦ୍ଧ ଗାଡି ରାଜପଥରେ ଚାଲିଲେ।
  • ଏଠାରେ 'ଅଶ୍ୱରେ ଆରୋହଣ କରେ ଯେ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା ସମାର୍ଥବୋଧକ ହେତୁ 'ଅଶ୍ଵାରୋହୀ'ରେ ପରିଣତ ହେବ। 
  • ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।
  • ଯଥା: ସ୍ୱାଧୀନତା ଦିବସ ଉପଲକ୍ଷେ ଅଶ୍ଵାରୋହୀ ଯବାନ ଓ ମିସାଇଲ ଖଚିତ ଯୁଦ୍ଧ ଗାଡି ରାଜପଥରେ ଚାଲିଲେ।
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅଶ୍ଵାରୋହୀ' ଶବ୍ଦଟିର ଅର୍ଥ 'ଅଶ୍ୱରେ ଆରୋହଣ କରିଥିବା ବ୍ୟକ୍ତି ବା ଅଶ୍ୱରେ ଆରୋହିତ ଯିଏ ତାହାକୁ' ସୂଚାଏ।
  • ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ଅଶ୍ଵାରୋହୀ' ହିଁ 'ଅଶ୍ୱରେ ଆରୋହଣ କରେ ଯେ' ପାଇଁ ଉଚିତ ଏକପଦୀକରଣ।

Additional Information 

  • ଅନ୍ୟବିକଳ୍ପଗୁଡିକ 'ଅଶ୍ୱରେ ଆରୋହଣ କରେ ଯେପଦଟି ପାଇଁ ଉପଯୁକ୍ତ ସମାର୍ଥବୋଧକ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି
Odisha Police SI (General English and Odia Language) Paper 1 Mock Test - 10 - Question 6
Although studying French seems difficult, it's simpler than you think.
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 6
ସଠିକ ଉତ୍ତର ହେଉଛି ''ଯଦିଓ ଫରାସୀ ଅଧ୍ୟୟନ କରିବା କଷ୍ଟକର ମନେହୁଏ, ଆପଣ ଭାବୁଥିବା ଅପେକ୍ଷା ଏହା ସରଳ ଅଟେ।'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''Although studying French seems difficult, it's simpler than you think.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''Although studying French seems difficult'' ର ଅର୍ଥ ଓଡ଼ିଆରେ ବୁଝିଲେ 'ଯଦିଓ ଫରାସୀ ଅଧ୍ୟୟନ କରିବା କଷ୍ଟକର ମନେହୁଏ, ଆପଣ ଭାବୁଥିବା ଅପେକ୍ଷା ଏହା ସରଳ ଅଟେ'କୁ ସୂଚାଏ। 
  • ଏଠାରେ 'it's simpler than you think' ର ଅର୍ଥ ଓଡ଼ିଆରେ ବୁଝିଲେ 'ଆପଣ ଭାବୁଥିବା ଅପେକ୍ଷା ଏହା ସରଳ ଅଟେ'କୁ ସୂଚାଏ। 
  • simple ଅର୍ଥ ସରଳକୁ ବୁଝାଉଥିଲାବେଳେ difficult ଅର୍ଥ କଷ୍ଟକର। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'Although studying French seems difficult, it's simpler than you think.' ର ଓଡ଼ିଆ ଅନୁବାଦ ''ଯଦିଓ ଫରାସୀ ଅଧ୍ୟୟନ କରିବା କଷ୍ଟକର ମନେହୁଏ, ଆପଣ ଭାବୁଥିବା ଅପେକ୍ଷା ଏହା ସରଳ ଅଟେ।'' କହିବା ଯଥାର୍ଥ।    ​     
Additional Information
  • ଅନ୍ୟ ବିକଳ୍ପଗୁଡିକ ''Although studying French seems difficult, it's simpler than you think.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 10 - Question 7

Select the most appropriate ANTONYM of the given word.

Hospitality

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 7

The correct answer is coldness.

Key Points

  • Hospitality: looking after guests and being friendly and welcoming towards them. आतिथ्‍य-सत्‍कार, मेहमाननवाज़ी
  • Coldness: the lack of warm feelings; unfriendly behaviour. स्‍नेहहीनता; अमित्रतापूर्ण या उदासीन व्‍यवहार
  • Thus, the most appropriate antonym of the given word is option 3.

Additional Information

  • Complaint: a statement that you are not satisfied with something. शिकायत, असंतोष का कारण
  • Cordiality: sincere affection and kindness. आत्मीयता
  • Wrathful: full of or characterized by intense anger. प्रकोप
Odisha Police SI (General English and Odia Language) Paper 1 Mock Test - 10 - Question 8
A boat sits on the surface of water.
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 8
ସଠିକ ଉତ୍ତର ହେଉଛି ''ଗୋଟିଏ ଡଙ୍ଗା ପାଣିର ଉପର ଭାଗରେ ରହିଥାଏ।'' 
 Key Points
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''A boat sits on the surface of water'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''on the surface of water'' ର ଅର୍ଥ ଓଡ଼ିଆରେ ବୁଝିଲେ 'ପାଣିର ଉପର ଭାଗରେ'କୁ ସୂଚାଏ। 
  • ଏଠାରେ 'boat' ର ଅର୍ଥ ଓଡ଼ିଆରେ ବୁଝିଲେ 'ଡଙ୍ଗା'କୁ ସୂଚାଏ  'A boat sits'  English Grammar ଅନୁଯାୟୀ 'Simple Present Tense' ଅନ୍ତର୍ଗତ। 
  • ଅତଏବ 'A boat sits on the surface of water.' ର ଓଡ଼ିଆ ଅନୁବାଦ ''ଗୋଟିଏ ଡଙ୍ଗା ପାଣିର ଉପର ଭାଗରେ ରହିଥାଏ।'' କହିବା ଯଥାର୍ଥ।    ​     
Additional Information
  • ଅନ୍ୟ ବିକଳ୍ପଗୁଡିକ ''A boat sits on the surface of water'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 10 - Question 9

Select the option that expresses the given sentence in reported speech.

They said to me, " You are an idiot for picking a fight!"

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 9

The correct answer is "They exclaimed that I was an idiot for picking a fight."

Key Points

  • The given sentence is an example of an exclamatory sentence.
  • We use reported or indirect speech when we are reporting what someone else has said in speech or writing(third-person narrative).
  • The reported speech does not use quotations or exclamation marks in indirect speech sentences.
  • The reported speech uses ' that ' after the reporting verb in indirect speech sentences.
  • We only change the tense to a previous form like the simple present to simple past or present continuous to past continuous.
  • In the given sentence, the simple present will be converted to the simple past.
  • In the given sentence, the speaker's actions were perceived as idiotic by them which is conveyed by the reporting verb in indirect speech.

Hence, the correct answer is option 4

Odisha Police SI (General English and Odia Language) Paper 1 Mock Test - 10 - Question 10

Direction: Select the option that is similar in meaning to the given word and mark your response accordingly.

Forgo

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 10

The correct answer is- 'Abstain'

Key Points 

  • let's look at the meaning of the given word and the correct answer.
  • Forgo(verb): to not have or do something enjoyable. (कुछ सुखद न होना या न करना।)
    • ExampleI shall have to forgo the pleasure of seeing you this week.
  • Abstain(verb): to not do something, especially something enjoyable that you think might be bad. (कुछ न करने के लिए, विशेष रूप से कुछ सुखद जो आपको लगता है कि बुरा हो सकता है।)
    • Example: Some families abstain from eating fried food.

Hence, the word Abstain is the most appropriate synonym for Forgo.
Additional Information 

  • Let's explore the meaning of other options:
  • Keep: to continue to be in a particular state or position.
  • Submit(verb): to give or offer something for a decision to be made by others. (दूसरों द्वारा किए जाने वाले निर्णय के लिए कुछ देना या देना।)
    • Example: You must submit your application before 1 January.
  • Yield(verb): to supply or produce something positive such as a profit, an amount of food or information. (कुछ सकारात्मक की आपूर्ति या उत्पादन करने के लिए जैसे कि लाभ, भोजन की मात्रा या जानकारी।)
    • Example: The investigation yielded some unexpected results.
Odisha Police SI (General English and Odia Language) Paper 1 Mock Test - 10 - Question 11

Select the option that gives the most appropriate meaning of the underlined idiom.

I am working on too many projects. I think I have bitten off more than I can chew. 

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 11

The correct answer is 'To take on more than one can handle'.

Key Points

  • The most appropriate meaning of the given idiom 'have bitten off more than I can chew' is 'To take on more than one can handle'.
  • Bite off more than you can chew: to try to do something that is too difficult for you. (कुछ ऐसा करने की कोशिश करना जो आपके लिए बहुत मुश्किल हो)
    • Example: We bit off more than we could chew in our original reform proposals.

Correct Answer: To take on more than one can handle. 

Odisha Police SI (General English and Odia Language) Paper 1 Mock Test - 10 - Question 12
I want to lose weight, yet I eat chocolate daily.
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 12
ସଠିକ ଉତ୍ତର ହେଉଛି ''ମୁଁ ଓଜନ ହ୍ରାସ କରିବାକୁ ଚାହେଁ, ତଥାପି ମୁଁ ପ୍ରତିଦିନ ଚକୋଲେଟ୍ ଖାଏ।'' 
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I want to lose weight, yet I eat chocolate daily.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''yet I eat chocolate daily'' ର ଅର୍ଥ ଓଡ଼ିଆରେ ବୁଝିଲେ 'ତଥାପି ମୁଁ ପ୍ରତିଦିନ ଚକୋଲେଟ୍ ଖାଏ​'କୁ ସୂଚାଏ। 
  • ଏଠାରେ 'I want to lose weight' ର ଅର୍ଥ ଓଡ଼ିଆରେ ବୁଝିଲେ 'ମୁଁ ଓଜନ ହ୍ରାସ କରିବାକୁ ଚାହେଁ'କୁ ସୂଚାଏ। 
  • lose weight ଅର୍ଥ ଓଜନ ହ୍ରାସ କରିବା କ୍ରିୟାକୁ ବୁଝାଉଥିଲାବେଳେ yet ଅର୍ଥ ତଥାପି​। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'I want to lose weight, yet I eat chocolate daily.' ର ଓଡ଼ିଆ ଅନୁବାଦ ''ମୁଁ ଓଜନ ହ୍ରାସ କରିବାକୁ ଚାହେଁ, ତଥାପି ମୁଁ ପ୍ରତିଦିନ ଚକୋଲେଟ୍ ଖାଏ।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''I want to lose weight, yet I eat chocolate daily.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 10 - Question 13
I use water when making pasta whereas my mom uses eggs.
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 13
ସଠିକ ଉତ୍ତର ହେଉଛି ''ପାସ୍ତା ତିଆରି କରିବା ସମୟରେ ମୁଁ ପାଣି ବ୍ୟବହାର କରେ କିନ୍ତୁ ମୋ ମା ଅଣ୍ଡା ବ୍ୟବହାର  କରନ୍ତି ।
Key Points 
  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି 'ପରେ କହିବା' (ଅନୁ - ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ - ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ - ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ - ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    
ଯଥାର୍ଥତା:
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ''I use water when making pasta whereas my mom uses eggs.'' - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ''whereas my mom uses eggs'' ର ଅର୍ଥ ଓଡ଼ିଆରେ ବୁଝିଲେ 'କିନ୍ତୁ ମୋ ମା ଅଣ୍ଡା ବ୍ୟବହାର କରୁଥିଲେ'କୁ ସୂଚାଏ। 
  • ଏଠାରେ 'I use water when making pasta' ର ଅର୍ଥ ଓଡ଼ିଆରେ ବୁଝିଲେ 'ପାସ୍ତା ତିଆରି କରିବା ସମୟରେ ମୁଁ ପାଣି ବ୍ୟବହାର କରେ'କୁ ସୂଚାଏ। 
  • my mom ଅର୍ଥ ମୋ ମାକୁ ବୁଝାଉଥିଲାବେଳେ whereas ଅର୍ଥ କିନ୍ତୁ । 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ 'I use water when making pasta whereas my mom uses eggs.' ର ଓଡ଼ିଆ ଅନୁବାଦ ''ପାସ୍ତା ତିଆରି କରିବା ସମୟରେ ମୁଁ ପାଣି ବ୍ୟବହାର କରେ କିନ୍ତୁ ମୋ ମା ଅଣ୍ଡା ବ୍ୟବହାର କରନ୍ତି।'' କହିବା ଯଥାର୍ଥ।    ​     
Additional Information 
  • ଅନ୍ୟ ବିକଳ୍ପଗୁଡିକ ''I use water when making pasta whereas my mom uses eggs.'' ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।
Odisha Police SI (General English and Odia Language) Paper 1 Mock Test - 10 - Question 14
ଯେଉଁ ଶବ୍ଦଗୁଡିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡିକୁ କଣ କହନ୍ତି ?
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 14
Key Points 
  • ଦେଶୀୟ ଲୋକ ବା ସାଧାରଣ ଜନତା ଦ୍ବାରା ବ୍ୟବହୃତ ଶବ୍ଦକୁ ଦେଶଜ ବା ଦେଶ୍ୟ ଶବ୍ଦ ଭାବେ ଅଭିହିତ କରାଯାଏ ।
  • ଦେଶଜ ଭାଷା ସାଧାରଣତଃ ସମୟକ୍ରମେ ଜନସାଧାରଣଙ୍କ ଦ୍ବାରା ସୃଷ୍ଟି ହୋଇଥାଏ ଓ ସେଗୁଡିକ ଭାଷାରେ କାଳକାଳ ଧରି ବ୍ୟବହୃତ ହୋଇଥାଏ । 
  • ଦେଶଜ ଶବ୍ଦକୁ ସାଧାରଣତଃ ଆଞ୍ଚଳିକ ଶବ୍ଦ ମଧ୍ୟ କୁହାଯାଏ । ଏହି ଶବ୍ଦ ବହୁପୁରାତନ କାଳରୁ ବିଭିନ୍ନ ଅଞ୍ଚଳ ଓ ଜାତିରୁ ଆସି ଓଡିଆ ସହ ମିଶିଥିବାରୁ ଏପରି କୁହାଯାଏ ।
  • ଓଡିଶାର ବିଭିନ୍ନ ଅଞ୍ଚଳରେ ଅସଂଖ୍ୟ ଆଞ୍ଚଳିକ ଭାଷା ରହିଛି । 
  • ଦେଶରୁ ସୃଷ୍ଟ ଓ ଦେଶରେ ପ୍ରଚଳିତ ହେଉଥିବା ଶବ୍ଦ ସମାହାର ଦେଶଜ ଶ୍ରେଣୀ ଅନ୍ତର୍ଭୁକ୍ତ । 
  • ସେହି ଶବ୍ଦଗୁଡିକ ବହୁ ପୁରାକାଳରୁ ରହିଥିଲେ ହେଁ ତାହାର ମୂଳ ଉତ୍ପତ୍ତି ସ୍ଥଳ ଏଯାଏଁ ନିରୂପିତ ହୋଇପାରିନାହିଁ ।
  • ଶବ୍ଦର ଅବିକଳ ସଂସ୍କୃତ ରୂପ ପରି ବ୍ୟବହାରକୁ ତତ୍ସମ କୁହାଯାଇଥାଏ ।
  • ସଂସ୍କୃତରୁ ଜାତ ଶବ୍ଦକୁ ତଦ୍ଭବ କୁହାଯାଏ ।
  • ଦେଶରେ ବହୁପୁରାତନ କାଳରୁ ବ୍ୟବହୃତ ଭାଷାକୁ ଦେଶଜ ଭାଷାର ଆଖ୍ୟା ଦିଆଯାଇଛି ।
  • ଦେଶଜ ଶବ୍ଦ- ଅଡା, ଅରୁଆ, କୋରଡା, ଗିନା, ଚିମୁଟା, ଛାତି, ଗୋଡ଼ ବା ଗୋଡ଼ି, ଚେର, କଣ୍ଢେଇ, ଅଳିଆ, ଅଣ୍ଟା, କୁଟା, ଖଙ୍କାର ଇତ୍ୟାଦି।

Additional Information

  •  ସାମ୍ପ୍ରତିକ ଯୁଗରେ ବିଭିନ୍ନ କାରଣରୁ ଗୋଟିଏ ଭାଷାର ଶବ୍ଦ ଭଣ୍ଡାରକୁ ଭିନ୍ନଭିନ୍ନ ଭାଷାରୁ ଶବ୍ଦଗୁଡିକ ପ୍ରବେଶ କରୁଛନ୍ତି ।
  • ନୂତନ ଶବ୍ଦ ଆହରଣ ଦ୍ବାରା ହିଁ ଏକ ଭାଷା ସମୃଦ୍ଧ, ବଳିଷ୍ଠ ଓ ସହଜ ଭାବପ୍ରକାଶକ ହୋଇଥାଏ । 
  • ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ନୂତନ ଶବ୍ଦର ଆହରଣ ସର୍ବଥା ବାଞ୍ଛନୀୟ । 
Odisha Police SI (General English and Odia Language) Paper 1 Mock Test - 10 - Question 15
କେଉଁଟି କ୍ରିୟାହୀନ ରୂଢ଼ି ? 
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 15

2) ଏକଘରିକିଆ ସଠିକ୍‍ ଉତ୍ତର

ଯଥାର୍ଥତା :

  • କୌଣସି ଶବ୍ଦ ନିଜସ୍ବ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ‘ରୂଢ଼ି’ କୁହାଯାଏ।
  • ଧାତୁରୁ ଶବ୍ଦ ଗଢ଼ା ହୁଏ। ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ, ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼।
  • ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ।
  • ରୂଢ଼ି– ବି (ଗୃହ—ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି।
  • ଯଥା: ଅନ୍ଧାରକୁ ଟେକା ପକାଇବା - ଏହି ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା।
  • ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା।
  • ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ’,‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି।
  • ତେଣୁ କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ।
  • ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେ। ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ।
  • ଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି। 
  • ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ।
  • ଯଥା: କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ
  • ମୁହଁଦେବା , ଶୁଆପରି ଘୋଷିବ , ହାତ ଧରିବା ଇତ୍ୟାଦିର ପଦ ସଂହତିରେ କ୍ରିୟା ପଦ ଅଛି ତେଣୁ ଏସବୁ କ୍ରିୟାଯୁକ୍ତ ରୂଢ଼ି
  • ମାତ୍ର ଏକଘରିକିଆ ପଦ ସଂହତିରେ କ୍ରିୟା ପଦ ନାହିଁ
  • ତେଣୁ 2) ଏକଘରିକିଆ କ୍ରିୟାହୀନ ରୂଢ଼ି

Additional Information

  • ମୁହଁଦେବାର ଅର୍ଥ ପ୍ରଶ୍ରୟ ଦେବା
  • ଏକଘରିକିଆର ଅର୍ଥ ସମାଜରୁ ଅଲଗା କରିଦେବା
  • ଶୁଆପରି ଘୋଷିବାର ଅର୍ଥ କିଛି ନ ବୁଝି ଘୋଷିବା
  • ହାତ ଧରିବାର ଅର୍ଥ ବିବାହ କରିବା / ନେହୁରା ହେବା
Odisha Police SI (General English and Odia Language) Paper 1 Mock Test - 10 - Question 16
Select the option that expresses the given sentence in passive voice. 
Some girls were helping the boy.
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 16

The correct answer is "The boy was being helped by some girls"

 Key Points

  • Look at the basic rule for this type of conversion: 
  • Look at the following example
    • Active: The angels were pushing the handsome man.
    • Passive: The handsome man was being pushed by the angels. 
  • Hence, the correct answer is: The boy was being helped by some girls.
Odisha Police SI (General English and Odia Language) Paper 1 Mock Test - 10 - Question 17
ଏବଂ, କିନ୍ତୁ, ମାତ୍ର, ଅଥଚ, ତଥାପି - ଏଗୁଡିକ ଗୋଟିଏ ଗୋଟିଏ :
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 17

3) ଅବ୍ୟୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ
  • ବାକ୍ୟରେ ବିଶେଷ୍ୟ , ବିଶେଷଣ , କ୍ରିୟାପଦ, କର୍ତ୍ତା ଓ ଅବ୍ୟୟପଦ ରହିଥାଏ
  • ଯେଉଁ ପଦ ଗୁଡିକର ରୂପରେ କାଳ,ବଚନ,କାରକ,ବିଭକ୍ତି,ଲିଙ୍ଗ ଭେଦ ଅନୁସାରେ କୌଣସି ପରିସ୍ଥିତିରେ ପରିବର୍ତନ ହୁଏନାହିଁ ,ସେହି ଅପରିବର୍ତୀତ ପଦକୁ ଅବ୍ୟୟ ପଦ କୁହାଯାଏ
  • ଏବଂ, କିନ୍ତୁ, ମାତ୍ର, ଅଥଚ, ତଥାପି - ଏଗୁଡିକ ଗୋଟିଏ ଗୋଟିଏ : 3) ଅବ୍ୟୟ

Additional Information

  • ବାକ୍ୟାର୍ଥ ନିର୍ଧାରଣ , ଅର୍ଥ ଓ କାର୍ଯ୍ୟ ହିସାବରେ ଅବ୍ୟୟପଦର ପ୍ରକାର ଭେଦ - ସଂଯୋଜକ , ବିଯୋଜକ , କାରଣସୂଚକ , ସମୟସୂଚକ , ବିଭକ୍ତିସୂଚକ , ପଦାନ୍ୱୟୀ , ବୀପସାର୍ଥକ , ନିଷେଧାର୍ଥକ , ସମ୍ଭାବନାସୂଚକ , ସମ୍ବୋଧନସୂଚକ , ବିକଳ୍ପାର୍ଥକ , ସାଦୃଶ୍ୟବୋଧକ , ପ୍ରଶ୍ନସୂଚକ , ସମ୍ମତିସୂଚକ , ଭାବସୂଚକ , ପରିମାଣସୂଚକ , ଶବ୍ଦାନୁକାରୀ , ସମୁଦାୟସୂଚକ 
  • ଅନ୍ୟାନ୍ୟ ଅବ୍ୟୟ ପଦ - ଆନୁକ୍ରମିକ , ଅନୁଶୀଳନାତ୍ମକ , ଅସମାପିକା କ୍ରିୟାରୂପକ , କ୍ରିୟା ବିଶେଷଣାତ୍ମକ , ନିଶ୍ଚୟବୋଧକ , ସଂକୋଚନକାରୀ , ଅଳଙ୍କରିକ , ଅନୁଭୂତିମୂଳକ , ଦ୍ୱିତ୍ୱମୂଳକ , ପଦବିକାରମୂଳକ , ବାକ୍ୟାରମ୍ଭେ , ଆ ଯୋଗେ ଅବ୍ୟୟ
Odisha Police SI (General English and Odia Language) Paper 1 Mock Test - 10 - Question 18
ପଛେ ପଛେ ଗମନ -
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 18
ସଠିକ ଉତ୍ତର ହେଉଛି "ଅନୁଗମନ​"
Key Points 
 
  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।
  • ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ। 
  • ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।
  • ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। 
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା
  • ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ। 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ। 
ଯଥାର୍ଥତା: 
  • ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା: 
  • ଶ୍ୟାମ ନିଜ ପିତାଙ୍କର ପଛେ ପଛେ ଗମନ କରୁଛି। 
  • ଏଠାରେ 'ପଛେ ପଛେ ଗମନ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା 'ଅନୁଗମନ'ରେ ପରିଣତ ହେବ। 
  • ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।
  • ଯଥା: ଶ୍ୟାମ ନିଜ ପିତାଙ୍କର ଅନୁଗମନ କରୁଛି
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅନୁଗମନ' ଶବ୍ଦଟିର ଅର୍ଥ 'କାହାରି ପଛେ ପଛେ ଚାଲିବା କ୍ରିୟା'କୁ ସୂଚାଏ
  • ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ଅନୁଗମନ' ହିଁ 'ପଛେ ପଛେ ଗମନ' ପାଇଁ ଉଚିତ ଏକପଦୀକରଣ। 
Additional Information 
  • ଅନ୍ୟବିକଳ୍ପଗୁଡିକ 'ପଛେ ପଛେ ଗମନ' ପଦଟି ପାଇଁ ଉପଯୁକ୍ତ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି। 
Odisha Police SI (General English and Odia Language) Paper 1 Mock Test - 10 - Question 19

Direction: In these Questions, Out of the four alternatives choose the one which can be substituted for the given words/sentence.

Something no longer in use.

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 19

Desolate: Empty And with out person, making you feel sad/frightened
absolute: Total and complete
Obsolete: Something no longer in use
Primitive: Belonging to an early stage in the development of humans and animals

Odisha Police SI (General English and Odia Language) Paper 1 Mock Test - 10 - Question 20

David hoped that nobody would know that he was in the building. Didn’t he realize that parking his new car in the driveway made his presence rather conspicuous? If something is conspicuous, it is __________

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 20

Conspicuous means clearly visible; attracting notice or attention

He has eliminated portions of some structures, making their absence conspicuous
Single women living with their parents are among the most conspicuous consumers
Clearly, the Prius's conspicuous display of uber-greenness is key to its success

Odisha Police SI (General English and Odia Language) Paper 1 Mock Test - 10 - Question 21
'ଜନ୍ମରୁ ଅନ୍ଧ ଯିଏ', ତାକୁ କ'ଣ କୁହାଯାଏ ?
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 21

2) ଜନ୍ମାନ୍ଧ ସଠିକ୍‍ ଉତ୍ତର

ଯଥାର୍ଥତା : 

  • ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
  • 2ୟା ଠାରୁ 7ମୀ ପର୍ଯ୍ୟନ୍ତ ବିଭକ୍ତି ଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ/ବିଶେଷଣ ପଦର ସମାସ ହୋଇ ପର ପଦର ଅର୍ଥ ପ୍ରଧାନ ରହିଲେ ତତ୍‍ପୁରୁଷ ସମାସ ହୁଏ
  • ଜନ୍ମରୁ ଅନ୍ଧ ଯିଏ - ଏଠାରେ "ରୁ" 5ମୀ ବିଭକ୍ତି ତେଣୁ ଏଠାରେ ସମସ୍ତ ପଦରୁ ଲୋପ ପାଇଯିବ ତେଣୁ ସଠିକ୍‍ ଉତ୍ତର 2) ଜନ୍ମାନ୍ଧ ସଠିକ୍‍ ଉତ୍ତର

Additional Information

  • ସମାସ ପ୍ରକ୍ରିୟାରେ ବ୍ୟବହୃତ ପଦ - ସମସ୍ତପଦ , ପୂର୍ବପଦ , ପରପଦ , ସମସ୍ତମାନପଦ ଓ ବିଗ୍ରହବାକ୍ୟ
  • ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ 6 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ପୁରୁଷ , କର୍ମଧାରୟ , ଦ୍ୱିଗୁ ,ଦ୍ୱନ୍ଦ ,ଅବ୍ୟୟଭାବ , ବହୁବ୍ରୀହି
Odisha Police SI (General English and Odia Language) Paper 1 Mock Test - 10 - Question 22

Directions: In the given sentence, an idiom or phrase is missing. Choose the phrase/idiom that can fill the blank both grammatically and contextually.

Convincing them to pay for his school trip was _______________ for him and he did it within the wink of an eye.

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 22

In the given context we are talking about the way in which he convinced his parents for the school trip and since he did it very quickly, it is evident that it was a very easy thing to do by his standard.

A Stalking horse: Pretence 
A slap on the wrist: A very mild punishment 
A piece of cake: Something that is very easy to achieve 
A toss-up: An uncertain result that can go either way 
Among the given options, it is clear that option C is correct in the given context as it expresses the actual meaning of the given context.
This makes option C the correct choice among the given options.

Odisha Police SI (General English and Odia Language) Paper 1 Mock Test - 10 - Question 23
ନିମ୍ନଲିଖିତ ପଦ ମାନଙ୍କ ମଧ୍ୟରୁ ଭୁଲ ବିଶେଷ୍ୟ ରୂପ ଚିହ୍ନାଅ ।  
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 23

1) ସ୍ଥୁଳ ସଠିକ୍‍ ଉତ୍ତର

ଯଥାର୍ଥତା :

ଯେଉଁ ପଦ କୌଣସି ପ୍ରକାର ସଂକେତ ହୋଇଥାଏ ବା ନାମକୁ ବୁଝାଏ , ତାହା ବିଶେଷ୍ୟ ପଦ କୁହାଯାଏ

ବିକଳ୍ପ ଗୁଡିକୁ ଦେଖିଲେ ଜାଣିପାରିବା

  • 1) ସ୍ଥୁଳ = (ସ୍ଥୁଳ୍‍ ଧାତୁ + କର୍ତ୍ତୃ  ଅ) ଏହାର ଅର୍ଥ ମୂର୍ଖ , ମୋଟା , ସମୂହ
  • 2) ଲାଘବ = ( ଲଘୁ + ଭାବ  ଅ) ଏହାର ଅର୍ଥ ଶୀଘ୍ରତା , ଛ୍ଜୋଟ ହେବା , ଆରୋଗ୍ୟ
  • 3) ଘାତ = (ହନ୍‍ ଧାତୁ = ବଧ କରିବା + ଭାବ  ଅ) ଏହାର ଅର୍ଥ ଆଘାତ , କ୍ଷତ , ହତ୍ୟା
  • 4) କୃତି = (କୃ ଧାତୁ + ଭାବ  ତି) ଏହାର ଅର୍ଥ କରିବା , ରଚନ , କାର୍ଯ୍ୟ

ଲାଘବ , ଘାତ , କୃତି ଆଦି ଶବ୍ଦ ବିଶେଷ୍ୟ ଯେହେତୁ ଏହା ସଜ୍ଞାକୁ ବୁଝାଏ ,1) ସ୍ଥୁଳ ଏକ ବିଶେଷଣ ଭାବେ ବ୍ୟବହାର କରାଯାଏ

ତେଣୁ 1) ସ୍ଥୁଳ ସଠିକ୍‍ ଉତ୍ତର ଯାହାକି ଏକ ଭୁଲ  ବିଶେଷ୍ୟ ପଦ

Additional Information

  •  ସ୍ଥୁଳର ବିପରୀତ ଶବ୍ଦ ସୂକ୍ଷ୍ମ
  •  ସ୍ଥୁଳର ସ୍ତ୍ରୀଲିଂଗ ସ୍ଥୁଳା
  • କୃତି ଏକ ସ୍ତ୍ରୀଲିଂଗ ଶବ୍ଦ
Odisha Police SI (General English and Odia Language) Paper 1 Mock Test - 10 - Question 24

ଗୀତା ରାଜୁକୁ ପଚାରିଲା, ତୁ କେତେବେଳେ ପଡିଆକୁ ଯିବୁ? - ରେଖାଙ୍କିତ ବାକ୍ୟାଂଶଟିରେ କେଉଁ ଚିହ୍ନ ଆବଶ୍ୟକ? 

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 24

ସଠିକ ଉତ୍ତର ହେଉଛି "ଉଦ୍ଧୃତ ଚିହ୍ନ (" ")"।
Key Points 

  • ମନର ଭାବନାକୁ ବାକ୍ୟରେ ପରିଣତ କରିବା ସମୟରେ ଭାବନାକୁ ସ୍ପଷ୍ଟ ରୂପେରେଖ ଦେବା
  • ନିମିତ୍ତ ବାକ୍ୟରେ କେତେକ ଚିହ୍ନର ବ୍ୟବହାର କରାଯାଇଥାଏ। ଏଗୁଡ଼ିକୁ ବାକ୍ୟ ବିନ୍ୟାସ ଚିହ୍ନ କହନ୍ତି।  
  • ବାକ୍ୟରେ ବ୍ୟବହୃତ ଚିହ୍ନଗୁଡ଼ିକ ନିମ୍ନ ପ୍ରକାର–
  • ପୂର୍ଣ୍ଣଚ୍ଛେଦ (।)
  • କମା ବା ପ୍ରଥମଚ୍ଛେଦ (,)
  • ସେମିକଲୋନ ବା ଦ୍ବିତୀୟଚ୍ଛେଦ (;)
  • କୋଲନ୍ (:)
  • ଉଦାହରଣ ବା ଯଥା ଚିହ୍ନ (:-)
  • ପ୍ରଶ୍ନବାଚକ ଚିହ୍ନ (?)
  • ବିସ୍ମୟାଦି ସୂଚକ ଚିହ୍ନ (!)
  • ଉଦ୍ଧୃତ ଚିହ୍ନ (" ") ବା (' ')
  • ବ୍ୟବଧାନ ଚିହ୍ନ (-)
  • ବନ୍ଧନୀ ଚିହ୍ନ '()'/'[]'/'{}'

ଯଥାର୍ଥତା:

  • କବି, ଲେଖକ, ମନିଷୀ ବା ଚିନ୍ତାନାୟକଙ୍କ ବକ୍ତବ୍ୟକୁ ଅବିକଳ ଲେଖାରେ ପ୍ରକାଶ କଲେ ଏହି ଉଦ୍ଧୃତ ଚିହ୍ନ ('' '') ବ୍ୟବହାର କରାଯାଏ।
  • ଯଥା:- କବିସୂର୍ଯ୍ୟ ବଳଦେବ ରଥ କିଶୋର ଚନ୍ଦ୍ରାନନ ଚମ୍ପୁର ''ଗ'' ଗୀତରେ ଲେଖୁଛନ୍ତି: ''ଗଲାଣି ତ ଗଲା କଥାରେ ସଙ୍ଗୀତ ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା।''
  • ଉଦ୍ଧୃତ ବାକ୍ୟ ପୂର୍ବରୁ ପ୍ରଥମଚ୍ଛେଦ (,) ବ୍ୟବହାର କରାଯାଇଥାଏ।
  • ଏଠାରେ ଦିଆଯାଇଥିବା ବାକ୍ୟଟିରେ ବକ୍ତା 'ଗୀତା'ରାଜୁକୁ କହିବା ବକ୍ତବ୍ୟ/ଉକ୍ତି ଅବିକଳ ଭାବରେ ପ୍ରକାଶିତ ହେଉଛି। 
  • ଅତଏବ ଉପର ବର୍ଣ୍ଣିତ ବାକ୍ୟ ବିନ୍ୟାସ ଚିହ୍ନ ପ୍ରୟୋଗ ନିମିତ୍ତ ନିୟମାବଳୀ ଅନୁସାରେ, ବାକ୍ୟଟିର ରେଖାଙ୍କିତ ଅଂଶଟି ପାଇଁ ଉଦ୍ଧୃତ ଚିହ୍ନ ('' '') ପ୍ରଯୁଜ୍ୟ ହେବ।
  • ଯଥା:- ଗୀତା ରାଜୁକୁ ପଚାରିଲା, ''ତୁ କେତେବେଳେ ପଡିଆକୁ ଯିବୁ?''

Additional Information 

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, ବାକ୍ୟରେ ବ୍ୟବହୃତ ପଦକୁ ଅଥବା ଅର୍ଥକୁ ଅଧିକ ସ୍ପଷ୍ଟ ବା ପ୍ରାଧାନ୍ୟ ପ୍ରଦାନ କରିବାକୁ ହେଲେ ବନ୍ଧନୀ ଚିହ୍ନ (  ) ବ୍ୟବହାର କରାଯାଏ।
  • ଯଥା: ''ସମାଜ'' (ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସମ୍ବାଦ ପତ୍ର) ଓଡ଼ିଶାର ଦୈନିକ ସମ୍ବାଦପତ୍ରମାନଙ୍କ ମଧ୍ୟରେ ଅଗ୍ରଣୀ ଅଟେ।
  • ଗୋଟିଏ ଉଦ୍ଧୃତି ମଧ୍ୟରେ ଆଉଗୋଟିଏ ଉଦ୍ଧୃତି ବ୍ୟବହାର ହେଲେ (' ') ଚିହ୍ନ ବ୍ୟବହାର କରାଯାଏ।
  • ଯଥା:- ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କହିଲେ, ''ଏବେ ମୁଁ ତୁମକୁ ରାମକୃଷ୍ଣ ନନ୍ଦ ଲେଖୁଥିବା ପ୍ରାର୍ଥନାଟି ଗାଇ ଶୁଣାଉଛି, 'ସତ କହିବାକୁ କିଆଁ ଡ଼ରିବି ସତ କହି ପଛେ ମଲେ ମରିବି'। ଏହାକୁ ନିଜ ଜୀବନରେ ସର୍ବଦା ପାଳନ କରିବ।''
Odisha Police SI (General English and Odia Language) Paper 1 Mock Test - 10 - Question 25

Ancestors  and dead relations were believed to punish…(11)… for sins, both of commission  and …(12) …. . The ancestors were the guardians of….(13)…society’s morality, and they chastised those…..(14)…failed in their duty. The explanation….(15)..heard was: ‘He told lies about the ….(16)….and the ancestors killed him,’ or ’…(17).. uncle’s ghost killed him because he…(18)…. to look after his children or his…(19)… felt disgraced by his conduct, ….(20)…killed him’.

Q. Find the word most appropriate for Blank no. 11

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 25
Explanation:

  • Identify the context: The passage talks about ancestors and dead relations punishing individuals for sins.

  • Understanding the relationship: In this scenario, the word that would fit best in blank no. 11 is a term that refers to future generations.

  • Analysis of options:

    • Friends: Friends do not have a direct connection to punishing individuals for sins in the context provided.

    • Acquaintances: Acquaintances also do not fit the context as they are not typically associated with punishing individuals for sins.

    • People: While a general term, "people" does not specifically convey the idea of future generations in this context.

    • Descendants: This term directly relates to future generations and their connection to ancestors, making it the most appropriate choice.

    • None of these: This option is not the correct choice as "descendants" fits the context provided.



  • Final answer: The most appropriate word for blank no. 11 is descendants.

Odisha Police SI (General English and Odia Language) Paper 1 Mock Test - 10 - Question 26

Ancestors  and dead relations were believed to punish…(11)… for sins, both of commission  and …(12) …. . The ancestors were the guardians of….(13)…society’s morality, and they chastised those…..(14)…failed in their duty. The explanation….(15)..heard was: ‘He told lies about the ….(16)….and the ancestors killed him,’ or ’…(17).. uncle’s ghost killed him because he…(18)…. to look after his children or his…(19)… felt disgraced by his conduct, ….(20)…killed him’.

Q. Find the word most appropriate for Blank no. 15

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 26
Explanation:

  • Identifying the Context: The sentence mentions an explanation that is heard in a certain situation.

  • Understanding the Tone: The tone of the sentence suggests a pattern or frequency of occurrence.

  • Considering the Options: Review the options provided to determine which one best fits the context and tone.




  • Choice D: often - This word implies a frequent or regular recurrence, which aligns with the explanation being commonly heard in the context provided.


By analyzing the context, tone, and options, "often" emerges as the most appropriate word for Blank no. 15 in the given sentence.
Odisha Police SI (General English and Odia Language) Paper 1 Mock Test - 10 - Question 27

Directions: Given below is a sentence with a blank. From the options below, choose the correct idiom(s) that can fit in the blank to make the sentence grammatically and meaningfully correct.

The concept of global temperature change can be a little hard to _______________.

I. cry over spilt milk
II. give a wide birth
III. get one’s head around

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 27

Get one’s head around: to understand, comprehend, apprehend, grasp, discern, recognize, interpret, get to know, fathom, get to the bottom of, come to terms with. This idiom can fit in the blank as the sentence implies that the concept is a little hard to understand.
Cry over spilt milk: regret of something that you will never be able to change. This idiom does not fit in the blank as there cannot be regret due to a concept.
Give a wide birth: stay away from (someone or something).
Hence, the correct answer is option C. 

Odisha Police SI (General English and Odia Language) Paper 1 Mock Test - 10 - Question 28

Directions: In each of the following questions, a sentence has been given in Active (or Passive) Voice. Out of the four alternatives suggested, select the one that best expresses the same sentence in Passive/ Active Voice.

You will be looked after well.

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 28

The given sentence is already in the passive voice: "You will be looked after well."

The sentence implies that someone (not specified in the sentence) will take care of you properly. Among the options provided:

Option C: "They will look after you well."
This option fits the context as it conveys a similar meaning in the active voice, indicating that someone ("they") will take care of you well. Therefore, the correct answer is indeed option C.

Odisha Police SI (General English and Odia Language) Paper 1 Mock Test - 10 - Question 29
ଅପଚୟ -  ବିପରୀତରେ କ'ଣ ହେବ ?
Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 29

4) ଉପଚୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • କୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏ 
  • ଅପଚୟର ଅର୍ଥ ହାନି , କ୍ଷତି
  • ସଂଚୟର ଅର୍ଥ ସମୂହ , ସଂଗ୍ରହ
  • ନିଶ୍ଚୟର ଅର୍ଥ ନିଃସନ୍ଦେହ
  • ପରିଚୟର ଅର୍ଥ ଆଳାପ
  • ଉପଚୟର ଅର୍ଥ ସମୃଦ୍ଧି
  • ତେଣୁ ଅପଚୟ - ବିପରୀତରେ 4) ଉପଚୟ ହେବ

Additional Information

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ। 
  • ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ।
  • ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛି
  • ତତ୍‍ସମ , ତଦ୍‍ଭବ , ଦେଶଜ , ବୈଦେଶିକ
  • ଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି
  • ମୌଳିକ ଓ ବ୍ୟୁତ୍ପନ୍ନ
Odisha Police SI (General English and Odia Language) Paper 1 Mock Test - 10 - Question 30

ପିଲାଟି ଘରକୁ ଯାଉଛି | ଏହି ବାକ୍ୟରେ 'ଯା' ଧାତୁର ପରିବର୍ତ୍ତନ କାରଣ:

Detailed Solution for Odisha Police SI (General English and Odia Language) Paper 1 Mock Test - 10 - Question 30

ଏଠାରେ ସଠିକ ଉତ୍ତର ହେଉଛି 'କର୍ତ୍ତା ପଦର ପୁରୁଷ ଓ ବଚନ'। Key Points

  • ଓଡିଆ ଭାଷାରେ ଘଟୁଥିବା କାର୍ଯ୍ୟକୁ ଯେ ସଂପାଦାନ କରେ ତାକୁ କର୍ତ୍ତା କୁହାଯାଏ । 
  • ବିଶେଷ୍ୟ,ସର୍ବନାମ ବା ବିଶେଷ୍ୟ ପରିବର୍ତ୍ତେ ବ୍ୟବହୃତ ଯେ କୌଣସି ପଦ ବା ପଦସମଷ୍ଟି କର୍ମପଦ ରୂପେ ବ୍ୟବହୃତ ହୋଇପାରେ। 

ଉଦାହରଣ:-

  • ରାମ କାହିଁକି ପରିତ୍ୟାଗ କଲା,ମୁଁ ଜାଣେ। 
  • ଏଠାରେ 'ଜାଣେ' କ୍ରିୟାର କର୍ମ ହେଉଛି- 'ରାମ କାହିଁକି ପରିତ୍ୟାଗ କଲା' ଅର୍ଥାତ ଗୋଟିଏ ବାକ୍ୟ ଏଠାରେ କର୍ମରୂପେ ବ୍ୟବହୃତ ହୋଇଅଛି। 

​​ଯଥାର୍ଥତା:-

  • ଯାହା ଦ୍ବାରା ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାଯାଏ, ତାହାକୁ ବଚନ କୁହାଯାଏ।
  • ବଚନ ଦୁଇ ପ୍ରକାରର:- ଏକ ବଚନ, ବହୁବଚନ। 
  • ଏକ ବଚନ - ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକ ବୋଲି ଜଣାଯାଏ, ତାହା ଏକ ବଚନ ହୁଏ । (ନଈ,କଲମ,ସେ,ତୁମେ,ମୁଁ ଇତ୍ୟାଦି)। 
  • ବହୁବଚନ- ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହା ବହୁ ବଚନ ହୁଏ। (ନଈଗୁଡିକ,କଲମମସବୁ,ସେମାନେ,ତୁମେମାନେ,ଆମ୍ଭେମାନେ ଇତ୍ୟାଦି)। 
  • ବିନା କର୍ତ୍ତା ବିନା କ୍ରିୟାରେ ବାକ୍ୟ ଗଠନ କରିବା ସମ୍ଭବ ନୁହେଁ।
  • ଓଡ଼ିଆ ଭାଷାରେ କର୍ତ୍ତାର ଲିଙ୍ଗ ଅନୁସାରେ କ୍ରିୟା ପଦର ପରିବର୍ତ୍ତନ 'ଘଟେ ନାହିଁ '। 
  • କ୍ରିୟାର ବିଭକ୍ତିବିହୀନ ବା ପ୍ରତ୍ୟୟ-ଶୂନ୍ୟ ରୂପକୁ ଧାତୁ କୁହାଯାଏ। 
  • ଏହି ଧାତୁ ହେଉଛି କ୍ରିୟାର ମୂଳପିଣ୍ଡ। 
  • ପିଲାଟି ଘରକୁ ଯାଉଛି । ଏହି ବାକ୍ୟରେ 'ଯା' ଧାତୁର ପରିବର୍ତ୍ତନ କାରଣ ହେଉଛି 'କର୍ତ୍ତା ପଦର ପୁରୁଷ ଓ ବଚନ'। 

Additional Information 

  • ଓଡିଆ ଭାଷାରେ ସାଧାରଣତଃ  ଆଦେଶାତ୍ମକ ବାକ୍ୟରେ କର୍ତ୍ତାର ଅନୁପସ୍ଥିତି ଦେଖିବାକୁ ମିଳେ। 
  • କର୍ତ୍ତା ଭାବରେ ବିଶେଷ୍ୟ, ବିଶେଷଣ,ସର୍ବନାମ,ଖଣ୍ଡବାକ୍ୟ ଓ ବାକ୍ୟାଂଶ ମଧ୍ୟ ବ୍ୟବହୃତ ହୋଇପାରନ୍ତି।   ​
View more questions
Information about Odisha Police SI (General English and Odia Language) Paper 1 Mock Test - 10 Page
In this test you can find the Exam questions for Odisha Police SI (General English and Odia Language) Paper 1 Mock Test - 10 solved & explained in the simplest way possible. Besides giving Questions and answers for Odisha Police SI (General English and Odia Language) Paper 1 Mock Test - 10, EduRev gives you an ample number of Online tests for practice
Download as PDF